ଧାରାବାହିକ ଘଟଣାକ୍ରମ ଦକ୍ଷତାରେ ଓଡ଼ିଶା ଜ୍ଵଳନ୍ତ ନମୁନା

ଅକ୍ଟୋବର ୨୦୧୮

ନୂଆଦିଲ୍ଲୀଠାରେ “ଇଣ୍ଡିଆ ସ୍କିଲ୍‌ ୨୦୧୮”, ୩ ଅକ୍ଟୋବର ରୁ ୫ ଅକ୍ଟୋବର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଓଡିଶା ୪ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୬ଟି କାଂଶ ପଦକ ହାସଲ କରିଛି । ଏହା ବ୍ୟତୀତ ଓଡିଶାର ପ୍ରତିଯୋଗୀଙ୍କୁ ଦୁଇଟି କମେଣ୍ଡସନ୍‌ ଫର୍୍‌ ଏକ୍ସଲେନ୍ସ ମଧ୍ୟ ମିଳିଛି । ଏହି ପ୍ରତିଯୋଗିତାରେ ଓଡିଶାରୁ ପ୍ରଥମ ଥର ପାଇଁ ୧୪ ଟି ଅନୁଷ୍ଠାନରୁ ୨୧ଟି ଟ୍ରେଡ୍‌ରେ ୩୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସର୍ବ ଭାରତୀୟ ସ୍ତରରେ ମହାରାଷ୍ଟ୍ର ପରେ କେବଳ ଗୋଟିଏ ମାତ୍ର ମେଡାଲ୍‌ ବ୍ୟବଧାନରେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଥିଲା । ବିଜୟ ଲାଭ କରିଥିବା ପ୍ରତିଯୋଗୀ ରୁଷିଆର କାଜାନ ସହରରେ ହେବାକୁ ଥିବା ୪୫ତମ “ୱାର୍ଲଡ୍‌ ସ୍କିଲ୍‌ ପ୍ରତିଯୋଗୀତା” ରେ ଭାରତର ପ୍ରତିନିଧିତ୍ୱ କରିବେ ।

ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ହୀରାକୁଦ ଠାରେ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ “କେରିୟର କାଉନସେଲିଂ” କାର୍ଯ୍ୟକ୍ରମକୁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ , ଅଧ୍ୟକ୍ଷ, ସୁବ୍ରତ ବାଗ୍‌ଚୀ ଉଦ୍‌ଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏପିଜେ ଅବୁଦୁଲ୍‌ କଲାମ୍ ଟିଭିଇଟି ପୁରସ୍କାର ପ୍ରତିଯୋଗିତା ଆରମ୍ଭ କରାଯାଇଛି । ତୃଣମୂଳ ସ୍ତରରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ କେରିୟର ଚୟନ ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ସେପ୍ଟେମ୍ବର ୨୦୧୮

ତାମିଲନାଡୁର ତିରିପୁରଠାରେ ଡିଡିୟୁଜିକେୱାଇ କନ୍‌କ୍ଲେଭ ଆୟୋଜିତ ହୋଇଯାଇଛି । ଯେଉଁଠାରେ ୪୦୦୦ ଓଡିଆ ଦକ୍ଷ କୁଶଳୀ କର୍ମଚାରୀ ଭାଗ ନେଇଥିଲେ । ଏହି ଅବସରରେ ଓଡିଆ ଯୁବକ ଏବଂ ଯୁବତୀଙ୍କୁ ନେଇ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ ହୋଇଯାଇଛି । ତିରିପୁରଠାରେ ଓଡିଆ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଓଡିଶା ପ୍ରବାସୀ ସହାୟତା କେନ୍ଦ୍ର ମଧ୍ୟ ଉଦଘାଟନ କରାଯାଇଛି ।

ନାନୋ ୟୁନିକୋର୍ଣ୍ଣ ପଞ୍ଚମ ବ୍ୟାଚ୍‌ର ପ୍ରଶିକ୍ଷଣ ଏକ ସପ୍ତାହ ଧରି ଭୁବନେଶ୍ୱରସ୍ଥିତ ସି.ୱାଇ.ଏସ୍‌.ଡି ଠାରେ ଅନୁଷ୍ଠିତ ହୋଇଯାଇଛି ।

ଅଗଷ୍ଟ ୨୦୧୮

ଦେଶରେ ପ୍ରଥମ ଥର ପାଇଁ କଟକ ସହର ଖପୁରିଆସ୍ଥିତ ସରକାରୀ ଆଇଟିଆଇରେ ରାଜ୍ୟର ପ୍ରଥମ ସ୍କିଲ୍‌ ମ୍ୟୁଜିୟମ୍‌କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୪ ଅଗଷ୍ଟ ,୨୦୧୮ରେ ଉଦଘାଟନ କରିଛନ୍ତି । ଏହି ସଂଗ୍ରାହାଳୟର ଡିଜାଇନ ବିଖ୍ୟାତ ଓଡିଆ ସ୍ଥପତି ସୌମେନ୍ଦୁ ରାଏ କରିଛନ୍ତି । ୨୬୦୦ ବର୍ଗଫୁଟ ପରିମିତ ଏହି ସଂଗ୍ରାହାଳୟରେ ବିଶ୍ୱସ୍ତରୀୟ ପ୍ରଦର୍ଶନ କ୍ଷେତ୍ର ଓ ପ୍ରେକ୍ଷାଳୟ ରହିଛି ।

ଓଡିଶାର “ ସ୍କିଲ୍ଡ୍‌-ଇନ-ଓଡିଶା” ଦଳର ୨୫ ଜଣ କୁଶଳୀ ଯୁବକ ବନ୍ୟା ପରବର୍ତ୍ତୀ ଅବସ୍ଥାରେ ଥଇଥାନ କାର୍ଯ୍ୟ ଦ୍ୱାରା ସହାୟତା ନିମନ୍ତେ କେରଳର ଏଣ୍ଣାକୁଲମ ଜିଲ୍ଲା ଗସ୍ତ କରିଥିଲେ ।

ଜୁଲାଇ ୨୦୧୮

କୋରାପୁଟ, ଭୁବନେଶ୍ୱର, ବ୍ରହ୍ମପୁର୍‌, ସମ୍ବଲପୁର ଏବଂ ବାଲେଶ୍ୱର ଜୋନ୍‌ରେ ସରକାରୀ ଆଇଟିଆଇର ଅଧ୍ୟକ୍ଷ ଏବଂ ପ୍ରଶିକ୍ଷକଙ୍କ ମଧ୍ୟରେ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ବିଷୟରେ ଏବଂ ନୂତନ ଆଇଟିଆଇ ନିମନ୍ତେ କଣ, କାହିଁକି, କିଏ, କିପରି ଏବଂ କେତେବେଳେ ଏମ୍‌ଭିଭି (ମିଶନ, ଭିଜନ, ଭେଲ୍ୟୁ) ଲକ୍ଷ୍ୟ ହାସଲ କରି ହେବ ସେ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏମ୍‌ଭିଭି (ମିଶନ, ଭିଜନ, ଭେଲ୍ୟୁ) କର୍ମଶାଳା ଆୟୋଜନ କରାଯାଇଛି।

ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର(ଡବ୍ଲୁ.ଏସ.ସି)ର ଭିତ୍ତିଭୂମି ଓ ପାଠ୍ୟକ୍ରମ ଚୂଡାନ୍ତ କରିବା ପାଇଁ ସିଙ୍ଗାପୁର ଆଇଟିଇଇଏସ୍‌ ପ୍ରତିନିଧି ଦଳ ଏବଂ ଏସିଆନ୍‌ ଡେଭେଲପମେଣ୍ଟ ବ୍ୟାଙ୍କ (ଏଡିବି) ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମେକାଟ୍ରୋନିକ୍ସ, ବିୟୁଟି ଏବଂ ୱେଲନେସ, ଲୋଜିଷ୍ଟିକ, ହେୟାର ଫେସନ,ଇଲେକ୍ଟ୍ରିକାଲ ଟେକ୍ନୋଲଜି ଏବଂ ଫାସିଲିଟି ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ଅଗ୍ରୀମ ପ୍ରଶିକ୍ଷଣ ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।

ପୂର୍ବାଞ୍ଚଳର ଓଡିଶା, ବିହାର, ଆସାମ,ନାଗାଲ୍ୟାଣ୍ଡ, ତ୍ରିପୁରା, ଝାଡଖଣ୍ଡ ଏବଂ ମେଘାଳୟ ରାଜ୍ୟକୁ ନେଇ ପୂର୍ବାଞ୍ଚଳ ସ୍ତରୀୟ ସ୍କିଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଯେଉଁଠାରେ ଓଡିଶାରୁ ୫୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଏବଂ ୨୮ ଜଣ ନୂଆ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସ୍ତରୀୟ ସ୍କିଲ ପ୍ରତିଯୋଗୀତା “ଇଣ୍ଡିଆସ୍କିଲ ୨୦୧୮” ପାଇଁ ମନୋନୀତ ହୋଇଥିଲେ ।

ଜୁନ୍ ୨୦୧୮

ସିଙ୍ଗାପୁର ଆଇଟିଇ ସଂସ୍ଥାରେ ଦୁଇ ସପ୍ତାହ ଧରି ନେତୃତ୍ୱ ବିକାଶ ପ୍ରଶିକ୍ଷଣ ନେଇଥିବା ୧୦୦ ଜଣ ସରକାରୀ ଆଇଟିଆଇର ପ୍ରଶିକ୍ଷକମାନେ ପୋଲିସ୍‌ ଭବନ ସମ୍ମିଳନୀ କକ୍ଷଠାରେ ଆଇଟିଆଇକୁ ନୂତନ ରୂପରେଖ ଦେବା ସହ ଏକ ରୋଡ୍‌ ମ୍ୟାପ ପ୍ରସ୍ତୁତ କରିବା ନିମନ୍ତେ ଉଦ୍ଦେଶ୍ୟ(Mission) ,ଲକ୍ଷ୍ୟ(Vision) ଏବଂ ମୁଲ୍ୟବୋଧ(Value) ନେଇ ବିବୃତି ପ୍ରସ୍ତୁତ କରିଛନ୍ତି ।

ନାନୋ ୟୁନିକୋର୍ଣ୍ଣ ଚତୁର୍ଥ ବ୍ୟାଚ୍‌ର ପ୍ରଶିକ୍ଷଣ ଏକ ସପ୍ତାହ ଧରି ଭୁବନେଶ୍ୱରସ୍ଥିତ ସି.ୱାଇ.ଏସ୍‌.ଡି ଠାରେ ଅନୁଷ୍ଠିତ ହୋଇଯାଇଛି ।

ମଇ ୨୦୧୮

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧିକାରୀ ଏବଂ ସରକାରୀ ଆଇଟିଆଇର ଅଧ୍ୟକ୍ଷଙ୍କୁ ନେଇ ଏକ ୩୩ ଜଣିଆ ଦଳ ତୃତୀୟ ବ୍ୟାଚ୍‌ରେ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ସିଙ୍ଗାପୁରର ଟେମାସେକ୍‌(TEMASEK) ଫାଉଣ୍ଡେସନ ସହାୟତାରେ ସିଙ୍ଗାପୁରର ବିଶ୍ୱବିଖ୍ୟାତ ଆଇଟିଇ ସଂସ୍ଥାରେ ନେଇଛନ୍ତି ।

ଭାରତରେ ପ୍ରଥମ ଥର ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧିନରେ ଥିବା ମହିଳା ମାନଙ୍କ ନିମନ୍ତେ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ତନ୍ମଧ୍ୟରୁ ୨୭ ଜଣ ମହିଳା ଏହି ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଚୟନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୬ ଜଣ ମହିଳା ବିଭିନ୍ନ କର୍ମ ସଂସ୍ଥାନରେ କାର୍ଯ୍ୟ କରୁଛନ୍ତି ।

ଦିନ ଦୟାଲ ଉପାଧ୍ୟୟ କୌଶଲ୍ୟ ଯୋଜନା (ଡିଡିୟୁ-ଜିକେୱାଇ) କୁ ପ୍ରଣୟନ କରିବାରେ ଓଡିଶା କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପୁରସ୍କୃତ ହୋଇଛି ।

ଅପ୍ରେଲ ୨୦୧୮

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧିକାରୀ ଏବଂ ସରକାରୀ ଆଇଟିଆଇର ଅଧ୍ୟକ୍ଷଙ୍କୁ ନେଇ ଏକ ୩୩ ଜଣିଆ ଦଳ ଦ୍ୱିତୀୟ ବ୍ୟାଚ୍‌ରେ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ସିଙ୍ଗାପୁରର ଟେମାସେକ୍‌ (TEMASEK) ଫାଉଣ୍ଡେସନ ସହାୟତାରେ ସିଙ୍ଗାପୁରର ବିଶ୍ୱବିଖ୍ୟାତ ଆଇଟିଇ ସଂସ୍ଥାରେ ନେଇଛନ୍ତି ।

ନୂଆ ଦିଲ୍ଲୀର ହୋଟେଲ ଅଶୋକଠାରେ ଦୁଇ ଦିନିଆ “ସ୍କିଲିଙ୍ଗ୍‌ ଓଡିଶା-ୱେ ଫରୱାଡ” ନାମରେ ଡିଡିୟୁଜିକେୱାଇ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦକ୍ଷତା କର୍ଯ୍ୟକ୍ରମ ଅଭିଯାନର ବ୍ରାଣ୍ଡ ସ୍ୱରୂପ “ସ୍କିଲ୍ଡ୍‌ ଇନ୍‌ ଓଡିଶା” ଲଗୋ ଏବଂ “ଭୁବନେଶ୍ୱର ସ୍କିଲ୍‌ ସିଟି ମାନଚିତ୍ର “ କୁ ଉଦଘାଟନ କରିଛନ୍ତି ।

ତିନି ଦିନିଆ “ଓଡିଶା ସ୍କିଲ୍‌ ୨୦୧୮”କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କଟକସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ୨୮ ଅପ୍ରେଲ ୨୦୧୮ରେ ଉଦ୍‌ଘାଟନ କରିଥିଲେ । ଏବଂ ୩୦ ଅପ୍ରେଲ୍‌ ୨୦୧୮ରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଉଦ୍‌ଯାପନୀ ସମାରୋହକୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରଣା ଳୟ,ଭାରତ ସରକାର, ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ରାଜ୍ୟ ସ୍ତରୀୟ ଓଡିଶା ସ୍କିଲ୍‌ ପ୍ରତିଯୋଗିତାରେ ୨୫ଟି ଟ୍ରେଡ୍‌ରେ ୭୦୦୦ ଜଣ ଯୁବକଯୁବତୀ ପଞ୍ଜିକରଣ କରିଥିଲେ । ତନ୍ମଧ୍ୟରୁ ୨୫୦ ଜଣ ଚୟନ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭୬ ଜଣ ଆଞ୍ଚଳିକ ସ୍ତରୀୟ ସ୍କିଲ୍‌ ପ୍ରତିଯୋଗୀତା ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆଇଟିଇଇଏଏସ୍‌, ସିଙ୍ଗାପୁର, ଶ୍ରୀଯୁକ୍ତ ବ୍ରୁଶ୍‌ ପୋହ ଏବଂ ଡିଜାଇନର, ଶ୍ରୀଯୁକ୍ତ ଟିମ୍‌ କବେଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ସ୍କିଲ୍‌ ଓଡିଶା ୨୦୧୮ ପ୍ରତିଯୋଗିତାର ଉଦ୍‌ଘାଟନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି ।

ମାର୍ଚ୍ଚ ୨୦୧୮

ନାନୋ ୟୁନିକୋର୍ଣ୍ଣର ପ୍ରଥମ କନ୍‌କ୍ଲେଭ ଅନୁଷ୍ଠିତ ହୋଇଯାଇଛି ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ବ୍ରାଣ୍ଡିଙ୍ଗ୍‌ ନିମନ୍ତେ କ୍ରିଏଟିଭ୍‌ ଏଜେନ୍ସି ଲିଓ ବର୍ଣ୍ଣେଟକୁ ଚୟନ କରାଯାଇଛି ।

ଫେବୃୟାରୀ ୨୦୧୮

ଯାଜପୁରର ଶୋଭନୀୟ ବିଦ୍ୟାପୀଠ ଠାରେ “ସ୍କିଲ ମୋବିଲାଇଜେସନ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଦ୍ୱିତୀୟ ଗଭର୍ଣ୍ଣିଙ୍ଗ କାଉନସିଲ ବୈଠକ ଆୟୋଜନ କରାଯାଇଛି । ଏବଂ ବାର୍ଷିକ କାର୍ଯ୍ୟକ୍ରମ ବିବରଣୀ ୨୦୧୬-୧୭କୁ ଉନ୍ମୋଚନ କରାଯାଇଛି ।

ଦେଶରେ ପ୍ରଥମ ଥର ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ଫେବୃୟାରୀ ୧୮ ଓ ୧୯ ରେ ଭୁବନେଶ୍ୱରଠାରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ “ ଆଇଟିଆଇ ଫେଷ୍ଟ-୨୦୧୮” ଆୟୋଜନ କରାଯାଇଛି ।

ଭାରତରେ ପ୍ରଥମ ଥର ପାଇଁ ସିଙ୍ଗାପୁରର ଟେମାସେକ୍‌(TEMASEK) ଫାଉଣ୍ଡେସନ ସହାୟତାରେ ସିଙ୍ଗାପୁରର ବିଶ୍ୱବିଖ୍ୟାତ ଆଇଟିଇ ସଂସ୍ଥାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧିକାରୀ ଏବଂ ସରକାରୀ ଆଇଟିଆଇର ଅଧ୍ୟକ୍ଷଙ୍କୁ ନେଇ ଏକ ୩୩ ଜଣିଆ ଦଳ ଦୁଇ ସପ୍ତାହର ନେତୃତ୍ୱ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି ।

ମାନ୍ୟବର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଇନଷ୍ଟିଟ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ (IHM), ଭୁବନେଶ୍ୱର ମଧ୍ୟରେ ଆଇଏଚ୍‌ଏମ୍‌ ସଂସ୍ଥାରେ ସିଙ୍ଗାପୁରଠାରେ ନେତୃତ୍ୱ ବିକାଶ କର୍ମଶାଳାରେ ଭାଗ ନେବା ନିମନ୍ତେ ପ୍ରାକ୍ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ନିମନ୍ତେ ଭିତ୍ତିଭୁମି ବ୍ୟବହାର କରିବା ନେଇ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି ।

ଜାନୁୟାରୀ ୨୦୧୮

ରାଜ୍ୟର ସମସ୍ତ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷମାନଙ୍କୁ ନେଇ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ୨୦୧୮/୧୯ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟର ଦଶଟି ଶିଳ୍ପ ତାଲିମ ଅନୁଷ୍ଠାନରେ “ସଫ୍ଟ ସ୍କିଲ୍‌ ବିକାଶ” ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ,ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, ଟାଟା ଷ୍ଟ୍ରାଇଭ ଏବଂ ଶ୍ରୀମତି ସୁସ୍ମିତା ବାଗ୍‌ଚୀଙ୍କ ମଧ୍ୟରେ କରାଯାଇଛି ।

ଡିସେମ୍ବର ୨୦୧୭

ନାନୋ ୟୁନିକୋର୍ଣ୍ଣ ତୃତୀୟ ବ୍ୟାଚ୍‌ର ପ୍ରଶିକ୍ଷଣ ପାଞ୍ଚ ଦିନ ଧରି ଭୁବନେଶ୍ୱରସ୍ଥିତ ସି.ୱାଇ.ଏସ୍‌.ଡି ଠାରେ ଅନୁଷ୍ଠିତ ହୋଇଯାଇଛି ।

ନାନୋ ୟୁନିକୋର୍ଣ୍ଣ ଉଦ୍ୟୋମୀତା ବିକାଶ କାର୍ଯ୍ୟକ୍ରମ ନିମନ୍ତେ ଓଡିଶା ବିକାଶ ପ୍ରାଧିକରଣ ଏବଂ ଡି ଆଶ୍ରା ଫାଉଣ୍ଡେସନ, ପୁଣେ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି ।

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ), ଭୁବନେଶ୍ୱର, କଟକ ଏବଂ ଖୁଦୁରପୁର ଜଟଣୀଠାରେ ଭିନ୍ନକ୍ଷମଙ୍କ ନିମନ୍ତେ ସ୍ୱତନ୍ତ୍ର ଶିଳ୍ପ ତାଲିମ ଅନୁଷ୍ଠାନଠାରେ ତିନୋଟି ସ୍କିଲ ମ୍ୟୁଜିୟମ ପ୍ରତିଷ୍ଠା ନିମନ୍ତେ “ରୋଡ୍‌ ମ୍ୟାପ୍‌” ଏବଂ “ଡିଜାଇନ” କୁ ତିନି ଜଣ ପ୍ରମୁଖ ସ୍ଥପତି ଚୂଡାନ୍ତ କରିଛନ୍ତି ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ଏ.ଏସ.ଟି.ପି ଗଭର୍ଣ୍ଣିଙ୍ଗ ବଡି ସମ୍ମିଳନୀ ଆୟୋଜନ କରାଯାଇଛି ଏବଂ ଏଥି ନିମନ୍ତେ ଉଦ୍ଦେଶ୍ୟ, ଲକ୍ଷ୍ୟ ଏବଂ ମୂଲ୍ୟବୋଧ ପ୍ରସ୍ତୁତ କରାଯାଇଛି ।

ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନର ହସ୍ତଶିଳ୍ପ ସଂଗ୍ରାହଳୟ ପରିସରଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ,ଅଧ୍ୟକ୍ଷ ଏକ ଷ୍ଟାଟ ଅପ୍‌ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଛନ୍ତି ।

ଜୁଲାଇ ୨୦୧୭
Skill Caravan

ଓଡ଼ିଶାର ୩୦ଟି ଜିଲ୍ଲାରେ ଦକ୍ଷତା ରଥ ବୁଲିଲା। ସବୁଠାରେ ଜିଲ୍ଲା ଅଧିକାରୀଙ୍କ ଠାରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଦକ୍ଷତା ବିକାଶ ବିଷୟରେ ଅବଗତ କରାଗଲା।

ଜୁନ୍ ୨୦୧୭
Nano Unicorn Project

'ନାନୋ ୟୁନିକର୍ଣ୍ଣ' ପ୍ରକଳ୍ପ ଆରମ୍ଭ ହେଲା। ପରୀକ୍ଷାମୂଳକ ଭାବେ ୧୩ ଜଣ ଦକ୍ଷତାପ୍ରାପ୍ତ ଯୁବକ ଯୁବତୀଙ୍କୁ ସପ୍ତାହ ବ୍ୟାପି ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାର ତାଲିମ ଦିଆଯାଇ ୧ଲକ୍ଷ ଟଙ୍କାର ମୂଳଧନ ଦିଆଗଲା।

ମଇ ୨୦୧୭

bring-a-girl-child ଝିଅମାନଙ୍କୁ ଆଇଟିଆଇ ପ୍ରତି ଆକୃଷ୍ଟ କରିବା ପାଇଁ ଗତ ଏକ ବର୍ଷ ମଧ୍ୟରେ ୫୦୦୦ରୁ ଅଧିକ ହାଇସ୍କୁଲ ଛାତ୍ରୀମାନଙ୍କୁ ଆଇଟିଆଇ ପରିଦର୍ଶନରେ ଅଣାଯାଇଛି।

ଓଡିଶାରେ ଖୋଲାଯିବାକୁ ଥିବା ୮ଟି ଅତ୍ୟାଧୁନିକ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟରୁ ୬ଟିକୁ ସରକାରୀ ଓ ବେସରକାରୀ ସହଯୋଗରେ ସ୍ଥାପନା କରିବା ପାଇଁ ଟେଣ୍ଡର କରିବା ପୂର୍ବରୁ ଦିଲ୍ଲୀଠାରେ ଅଗ୍ରଣୀ/ନାମଜାଦା ଅନୁଷ୍ଠାନମାନଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା କରାଗଲା ।

ପରୀକ୍ଷାମୂଳକ ଭାବେ ସ୍ଵାସ୍ଥ୍ୟସେବା କ୍ଷେତ୍ର ଏବଂ ଉଦ୍ୟୋଗ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଓଏସଡିଏର କାର୍ଯ୍ୟନିର୍ବାହୀ ପରିଷଦରେ ମଞ୍ଜୁରୀ ପ୍ରଦାନ କରାଗଲା। ନାନୋ-ୟୁନିକର୍ଣ୍ଣ ପ୍ରକଳ୍ପରେ ଯେକୌଣସି ଦକ୍ଷତା ତାଲିମ ପ୍ରାପ୍ତ ବ୍ୟକ୍ତି ନିଜର ପ୍ରକଳ୍ପ ଆରମ୍ଭ କରିବା ପାଇଁ ବିନା ସୁଧରେ, ବିନା ବନ୍ଧକରେ ୧ ଲକ୍ଷ ଟଙ୍କାର ସହାୟତା ନେଇପାରିବ। ତେବେ ଏଥିପାଇଁ ଗୋଟିଏ ପୃଷ୍ଠାର ପ୍ରତିଦ୍ବନ୍ଦିତା ମୂଳକ 'କେସ୍ ଷ୍ଟଡି' ପ୍ରଦାନ କରିବାକୁ ପଡିବ। ତୃଣମୂଳ ସ୍ତରରେ ଉଦ୍ୟୋଗୀ ପୁଞ୍ଜି ବିନିଯୋଗ ପାଇଁ ଏହି ନାନୋ-ୟୁନିକର୍ଣ୍ଣକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରଯାଇଥିଲା।

ଅପ୍ରେଲ ୨୦୧୭

ତାଳଚେର ଏବଂ ପୁରୀ ଆଇଟିଆଇର ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଠିତ ହେଲା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଲେଣ୍ଡ-ଏ-ହ୍ୟାଣ୍ଡ ଇଣ୍ଡିଆ, ମାଧ୍ୟମରେ 'ଟିଚ୍ ଫର ଓଡିଶା' କାର୍ଯ୍ୟକ୍ରମରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ, ଆଇଟିଆଇରେ ଏକ ବର୍ଷପାଇଁ ପରିବର୍ତ୍ତନର କର୍ଣ୍ଣଧାର(Change Agent) ହିସାବରେ ପଢେଇବାକୁ ଆସିବା ନିମନ୍ତେ ବୁଝାମଣାପତ୍ର ସ୍ବାକ୍ଷରିତ ହେଲା।

ବ୍ରହ୍ମପୁର ଆଇଟିଆଇରୁ ଦକ୍ଷତା ତାଲିମ ପାଇଥିବା ୧୨ ଜଣ ଛାତ୍ରୀ ଚେନ୍ନାଇରେ ଥିବା ବୁଲେଟ ମଟର ସାଇକେଲ କମ୍ପାନୀରେ ଯୋଗ ଦେବାପାଇଁ ମନୋନୀତ ହେଲେ।

ଭାରତ ସରକାର ଓ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି‍) ସହିତ ଋଣ ସମ୍ପର୍କରେ ସନ୍ତୋଷଜନକ ଆଲୋଚନା ପରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣକୁ ୩୦ ପ୍ରତିଶତ କଣ୍ଟ୍ରାକ୍ଟ ଆୱାର୍ଡ ମିଳିଲା।

ପରୀକ୍ଷାମୂଳକ ଭାବେ ସ୍ବାସ୍ଥ୍ୟସେବା ଏବଂ ଉଦ୍ୟୋଗ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ୨୦୧୭ ଏପ୍ରିଲ ୧୭ ତାରିଖରେ ଓଏସଡିଏର କାର୍ଯ୍ୟନିର୍ବାହୀ ପରିଷଦର ମଞ୍ଜୁରୀ ପ୍ରଦାନ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରେ କୃଷି ସମ୍ପର୍କରେ ପ୍ରଥମଥର ଆରପିଏଲ(ରେକଗନାଇଜେସନ ଅଫ ପ୍ରାଇଓର୍ ଲର୍ଣ୍ଣିଂ) ଉଦଘାଟନ କଲେ।

ମାର୍ଚ୍ଚ ୨୦୧୭

୨୦୧୬-୧୭ ଆର୍ଥିକ ବର୍ଷରେ ୧ଲକ୍ଷ ୨୨ହଜାର ୪୯୨ ଜଣ ଯୁବକ ଓ ଯୁବତୀ ବିଭିନ୍ନ ବିଭାଗରେ ଦକ୍ଷତା ତାଲିମପ୍ରାପ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୮୫୮୯ ଜଣ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଥିଲାବେଳେ ୬୨୨୧ ଜଣ ଆତ୍ମନିର୍ଭରଶୀଳ ହୋଇ ପାରିଥିଲେ। କ୍ରମାଗତ ଭାବେ ୪.୩ ଲକ୍ଷ ତାଲିମ ପ୍ରାପ୍ତ ହୋଇଥିବା ବେଳେ ୨୦୧୮-୧୯ ସୁଦ୍ଧା ୬.୭ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ତାଲିମ ଦିଆଯିବ।

rajiv-bhawan ରାଜୀବ ଭବନରେ ଯୁବ ସ୍ଥପତିଙ୍କ ଦ୍ବାରା ଡିଜାଇନ ହୋଇଥିବା ନବନିର୍ମିତ ଗୃହକୁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହେଲା।

ଫେବୃୟାରୀ ୨୦୧୭

ଜିଲ୍ଲା ପ୍ରଶାସନର ସହାୟତାରେ ପରୀକ୍ଷା କେନ୍ଦ୍ରରେ କପି ବନ୍ଦକରି ଦିଆଯିବା ଫଳରେ ପ୍ରଥମ ସେମିଷ୍ଟାରରେ ପାଶହାର ୪୮ ପ୍ରତିଶତକୁ ହ୍ରାସ ପାଇଲା।

୩୦ଟି ଜିଲ୍ଲାରୁ ୧୧ଟି ଜିଲ୍ଲାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଆଇଟିଆଇକୁ ନେଇ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ବୃତ୍ତି ଭାବେ ଗ୍ରହଣ କରିବା ଦିଗରେ ନିଜକୁ ଅଭ୍ୟସ୍ତ କରିବା କାର୍ଯ୍ୟକ୍ରମରେ ସାମିଲ କରାଗଲା।

ଜାନୁୟାରୀ ୨୦୧୭

ଆଇଟିଆଇ କୋଠାଘରଗୁଡିକର ନୂଆ ଡିଜାଇନ କରାଗଲା।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ପରିଷଦଦ୍ବାରା ଉପଯୁକ୍ତ ପ୍ରକଳ୍ପଗୁଡିକୁ ମଞ୍ଜୁରୀ ଦିଆଗଲା।

ରାଜ୍ୟର ବିଭିନ୍ନ ବିଭାଗମାନଙ୍କ ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକାରର ଧନ୍ଦାମୂଳକ ଟ୍ରେନିଙ୍ଗ ଚାଲୁଥିବା ତାଲିମ ସହଯୋଗୀଙ୍କ ତାଲିମ କେନ୍ଦ୍ରମାନଙ୍କ ମଧ୍ୟରେ ଜାନୁଆରୀ ୨୦୧୭ରୁ ସମତା ରକ୍ଷାପାଇଁ ଗ୍ରେଡିଙ୍ଗ ବ୍ୟବସ୍ଥା କରାଗଲା।

ଡିସେମ୍ବର ୨୦୧୬

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏକ ପଞ୍ଜିକୃତ ସୋସାଇଟି ଭାବେ ୬ ଡିସେମ୍ବର ୨୦୧୬ରୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ ହେଲା ।

ଦକ୍ଷତା ବିକାଶ ପ୍ରକଳ୍ପ ଗୁଡିକର ପ୍ରତି ମାସରେ ସମୀକ୍ଷା ଓ ଅନୁମୋଦନ କରିବା ପାଇଁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଚାରି ଜଣିଆ କାର୍ଯ୍ୟନିର୍ବାହୀ ପରିଷଦ ଗଠନ କରାଗଲା ।

make-in-odisha 'ମେକ୍ ଇନ୍ ଓଡିଶା' କାର୍ଯ୍ୟକ୍ରମ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଆଇଟିଆଇମାନଙ୍କରୁ ୨୦୦୦ ଛାତ୍ରଛାତ୍ରୀ ଭୁବନେଶ୍ବର ଆସିଥିଲେ।

NIFD-introduce ଆଇଟିଆଇ ଓ ପଲିଟେକନିକ୍ ସମେତ ଅନ୍ୟାନ୍ୟ ଦକ୍ଷତା ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପୋଷାକ ଏନ୍ଆଇଏଫଡି ଦ୍ବାରା କରାଯାଇଥିବା ଡିଜାଇନର ପ୍ରଚଳନ କରାଗଲା ।

ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କୁ ବର୍ତ୍ତମାନ ଆଇଟିଆଇରେ ଶତ ପ୍ରତିଶତ ବୃତ୍ତି ମିଳିବା ଆରମ୍ଭ ହେଲା ।

ଭାରତ ସରକାରଙ୍କ ଦକ୍ଷତା ଓ ଉଦ୍ୟୋଗ ବିକାଶ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ଏକ ପ୍ରକାର ନିୟମ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ଵାରା ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲୁଥିବା ସମସ୍ତ ଦକ୍ଷତା ତାଲିମ କାର୍ଯ୍ୟକ୍ରମରେ ସମାନତା ଆଣିବା ପାଇଁ ୨୭ ଡିସେମ୍ବର, ୨୦୧୬ରୁ ନିଷ୍ପତ୍ତି ନିଆଗଲା।

୨୭ ଡିସେମ୍ବର ୨୦୧୬ରୁ ସବୁ ହଷ୍ଟେଲମାନଙ୍କରେ ବାୟୋମେଟ୍ରିକ୍ ଉପସ୍ଥାନ ଏବଂ ସିସିଟିଭି ବ୍ୟବସ୍ଥା ଲାଗୁ କରାଗଲା।

୨୦୧୬ ନଭେମ୍ବର ଓ ଡିସେମ୍ବର ମାସରେ ଅନୁଷ୍ଠିତ 'ମେକ୍ ଇନ୍ ଓଡିଶା' ସମ୍ମିଳନୀ(କନକ୍ଲେଭ)ରେ ଦକ୍ଷତା ପାଭିଲିୟନ ଖୋଲା ଯାଇଥିଲା।

ନଭେମ୍ବର ୨୦୧୬

ଶତ ପ୍ରତିଶତ ଆଇଟିଆଇ ଓ ପଲିଟେକନିକଗୁଡିକରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲାଗୁ ହେଲା।

ତାଲିମ ସହଯୋଗୀ ଏବଂ ଚାକିରୀ ପ୍ରଦାନକାରୀ ସଂସ୍ଥାମାନଙ୍କୁ ନେଇ ୧୦ ନଭେମ୍ବର ୨୦୧୬ରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ସେପ୍ଟେମ୍ବର ୨୦୧୬

ସରକାରୀ ଆଇଟିଆଇଗୁଡିକ ପାଇଁ ପାହ୍ୟା ବ୍ୟବସ୍ଥା ଲାଗୁ କରାଗଲା।

ଅଗଷ୍ଟ ୨୦୧୬

ପଲିଟେକନିକ୍ ଶିକ୍ଷକମାନଙ୍କ ଦ୍ବାରା ପ୍ରତି ମାସରେ ଆଇଟିଆଇଗୁଡିକର ଶିକ୍ଷା ସମ୍ପାଦନା ସମ୍ପର୍କରେ ସମୀକ୍ଷା ବ୍ୟବସ୍ଥାର ଆରମ୍ଭ କରାଗଲା ।

ଆଇଟିଆଇ ପାଇଁ ରାଜ୍ୟ ସରକାର ୩୫୦ଟି ଅତିରିକ୍ତ ଇନଷ୍ଟ୍ରକ୍ଟର ପଦବୀ ମଞ୍ଜୁର କଲେ।

୧୪ଟି ନୂଆ ଆଇଟିଆଇ ଅନୁଷ୍ଠାନ ଏନସିଭିଟି ଅଧିସ୍ବୀକୃତି ଲାଭ କଲା। ଏହା ଫଳରେ ରାଜ୍ୟରେ ଏନସିଭିଟି ଅଧିସ୍ବୀକୃତି ପାଇଥିବା ଅନୁଷ୍ଠାନ ସଂଖ୍ୟା ୪୫ରେ ପହଞ୍ଚିଲା।

ଦିବ୍ୟାଙ୍ଗମାନଙ୍କ ପାଇଁ ଖୋର୍ଦ୍ଧା, ଖୁଦୁରପୁର ଠାରେ ନୂଆ ଆଇଟିଆଇ ଖୋଲିଲା।

ଜୁଲାଇ ୨୦୧୬

rajiv-bhawan ରାଜ୍ୟର ସମସ୍ତ ସରକାରୀ ଆଇଟିଆଇଗୁଡିକରେ ବିଶ୍ବ ଦକ୍ଷତା ଦିବସ ପାଳିତ ହୋଇଥିଲା।

ବିଶ୍ବ ଦକ୍ଷତା ଦିବସକୁ ବାଳିକା ଦିବସ ଭାବେ ଉପସ୍ଥାପିତ କରାଯାଇଥିବାରୁ ଅଧିକ ସଂଖ୍ୟକ ବାଳିକା ଆଇଟିଆଇରେ ଯୋଗ ଦେବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା।

ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣୀତ କରିବା ଉଦ୍ଦେଶ୍ୟରେ ଅତୀତରେ ବିଶେଷ ସଫଳତା ଓ କୃତୀତ୍ଵ ହାସଲ କରିଥିବା ୧୦ ଜଣ ପୁରାତନ ଛାତ୍ରଛାତ୍ରୀଙ୍କ ଫଟୋ ଆଇଟିଆଇର ପ୍ରାଚୀରରେ ସ୍ଥାନପ୍ରାପ୍ତ ହେଲା।

ଜୁନ୍ ୨୦୧୬

ସରକାରୀ ଆଇଟିଆଇଗୁଡିକର ସମୀକ୍ଷା ପାଇଁ ୧୦ଟି ନୂଆ ମାନଦଣ୍ଡ ଉପରେ ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଥିଲା ।

naveen-patanik ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ୫୦୦ ଆଇଟିଆଇ ଛାତ୍ରଛାତ୍ରୀ ଓ ଶିକ୍ଷାନବିସଙ୍କ ଉପସ୍ଥିତିରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଶୁଭ ଉଦଘାଟନ କଲେ।

୧୮ ମାସର କାର୍ଯ୍ୟକାରୀ ନକ୍ସା ଉନ୍ମୋଚନ କରାଗଲା।

ଏଡିବିର ଆର୍ଥିକ ସହାୟତାରେ ଆରମ୍ଭ ହୋଇଥିବା ଏଏସଟିଆଇ ପ୍ରକଳ୍ପ ଆରମ୍ଭ ବିଷୟର ସମୀକ୍ଷା କରାଯାଇଥିଲା।

ତାଲିମ ସହଯୋଗୀଙ୍କ ତାଲିମ କେନ୍ଦ୍ରଗୁଡିକରେ ଜୁନ ୨୦୧୬ରୁ ବାୟୋମେଟ୍ରିକ ଉପସ୍ଥାନ କାର୍ଯ୍ୟକାରୀ କରାଗଲା।

ମଇ ୨୦୧୬

ଶ୍ରୀ ସୁବ୍ରତ ବାଗଚୀ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସଡିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ।

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।