ବିଶ୍ଵ ବିଜୟୀ ଦକ୍ଷତାରେ ଓଡ଼ିଶା, ବିଶ୍ଵ ସର୍ବୋତ୍ତମ

ଓଡ଼ିଶାରେ କୁଶଳୀ ଏବଂ ଦକ୍ଷ ହୋଇଥିବା ଯୁବଗୋଷ୍ଠୀଙ୍କ କାହାଣୀ ‘ବିଶ୍ଵ ବିଜୟୀ’। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କ ଦ୍ଵାରା ଲିଖିତ ଦୈନିକ ଓଡ଼ିଆ ଖବରକାଗଜ ‘ସମ୍ବାଦ’ରେ ପ୍ରକାଶିତ ଏହା ଏକ ସାପ୍ତାହିକ ସିରିଜ।

ସବୁ ଦେଖନ୍ତୁ/ 59ଟିରୁ 1ରୁ 20 ପର୍ଯ୍ୟନ୍ତ ତଥ୍ୟ ଦେଖାଉଛି

ସ୍ଵପ୍ନର ପରିଧି

31 ମଇ 2018

ଖବରକାଗଜରୁ ପଢିଥିବେ, ଟେଲିଭିଜନରେ ଦେଖିଥିବେ, କାହା କାହାଠୁ ଶୁଣିଥିବେ ଯେ କିଛି ଦିନ ତଳେ ଭୁବନେଶ୍ୱରରେ ଓଡ଼ିଶା ସ୍କିଲ୍ ୨୦୧୮ ଅନୁଷ୍ଠାନ ସମ୍ପନ୍ନ ହୋଇଛି। ପଚିଶଟି ଭିନ୍ନ ଭିନ୍ନ ବିଭାଗରେ ଓଡ଼ିଶାର ପ୍ରାୟ ୭୦୦୦ ପୁଅ ଝିଅ ଏଥିରେ ହେଉଥିବା ପ୍ରତିଯୋଗିତାରେ ଭାଗ ନେଇଛନ୍ତି। .. ଅଧିକ ପଢନ୍ତୁ

ପିରାମିଡ୍ ତଳେ ପ୍ରତିଭା

10 ମଇ 2018

ଝିଅଟିର ନାଁ ଦିଦି ସେଠୀ। ସ୍କୁଲ୍ ପାଠ ଶେଷ କରିବା ପରେ ସେ ବ୍ରହ୍ମପୁର ଆଇଟିଆଇରେ ଆଡ୍ମିସନ୍ ନେଲା। ଅଥଚ କେଉଁଦିନ ଆସେ, କେଉଁଦିନ ନାହିଁ। ଝିଅଟିର ଅନିୟମିତ ଉପସ୍ଥିତି ଖବର ଶେଷରେ ପ୍ରିନ୍ସିପାଲ୍ ରଜତ ପାଣିଗ୍ରାହୀଙ୍କ ପାଖରେ ପହଞ୍ଚିଲା। ଅବାରିତ ସ୍ନେହ ଓ କଠିନ ଶାସନ .. ଅଧିକ ପଢନ୍ତୁ

ଦୃଷ୍ଟି ନଥାଇ ଅନନ୍ୟ ଦୃଷ୍ଟିକୋଣ

26 ଅପ୍ରେଲ 2018

ପାରଳାଖେମୁଣ୍ଡିର ନିମ୍ନ ମଧ୍ୟବିତ୍ତ ପରିବାରଟିଏ। ଅଭାବ ଅନଟନ ତ ଥିଲା, କିନ୍ତୁ ସୁଖ ସନ୍ତୋଷର ଗାଲିଚା ତଳେ ସେସବୁ ଲୁଚି ହୋଇରହିଯାଇଥିଲା। ଏଇ ପରିବାରରେ ଜନ୍ମ ସନ୍ତୋଷ ମହାରଣାଙ୍କର। ବାପା ଓଡ଼ିଶା ସରକାରଙ୍କର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ। ଘରେ ବାପା, ମା, ବଡ଼ ଭଉଣୀ ଓ .. ଅଧିକ ପଢନ୍ତୁ

ଭିନ୍ନ ନୀଡ଼

12 ଅପ୍ରେଲ 2018

ମୁଁ ଅମରେନ୍ଦ୍ର ସାହୁ। ଢେଙ୍କାନାଳର ପାଣ୍ଡୁଆ ବ୍ଲକ୍ ନାଁ ଶୁଣିଛନ୍ତି? ସେଇ ବ୍ଲକର କଣ୍ଟିଓ ଗାଁ ପୁଟ ସାହିରେ ଆମର ପୈତୃକ ଘର। ବାପାଙ୍କଠୁଁ ଶୁଣିଛି ଯେ ୧୯୪୯ ମସିହା ସମୟରେ, ସେ ଯେତେବେଳେ ଛୋଟ ଥିଲେ, ସେତେବେଳେ ଅକାଳ ମରୁଡ଼ିଟିଏ ହୋଇଥିଲା। ଖାଇବାକୁ ନ ପାଇ ମରିଗଲେ ବହୁତ ଲୋକ। .. ଅଧିକ ପଢନ୍ତୁ

ନିଜ ପର

29 ମାର୍ଚ୍ଚ 2018

ପରାଧୀନ ଭାରତର ଅବିଭକ୍ତ ବଙ୍ଗ ପ୍ରଦେଶରେ ଜନ୍ମ ନେଇଥିଲେ ମୋ ଜେଜେବାପା। ଜନ୍ମସୂତ୍ରେ ସେ ବଙ୍ଗାଳୀ, କିନ୍ତୁ ତାଙ୍କର ସମସ୍ତ କର୍ମଜୀବନ ଷଢ଼େଇକଳାରେ କଟିଯାଇଥିଲା। ଜୀବନାବସାନ ମଧ୍ୟ ହୋଇଥିଲା ସେଇଠି। ଜେଜେବାପାଙ୍କର ତୃତୀୟ ସନ୍ତାନ ମୋ ବାପା, ପଢ଼ା ଶେଷ କରି ଚାକିରି କରିବା .. ଅଧିକ ପଢନ୍ତୁ

କୋରାପୁଟର ବଗିଚା

15 ମାର୍ଚ୍ଚ 2018

କୋରାପୁଟ ଛାଡ଼ିବା ବେଳେ ମୋ ବୟସ ହୋଇଥିଲା ଆଠ ତାପରେ ପୁଣି ଯେବେ ମୁଁ ସେଠି ପାଦ ଦେଲି, ସେତେବେଳେ ଆହୁରି ୫୨ ବର୍ଷ କଟିଯାଇଥିଲା। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଦାୟିତ୍ୱ ଗ୍ରହଣ କରିବା ପରେ ଏ ସୌଭାଗ୍ୟ ମୋର ହୋଇଥିଲା। ଯଦିଓ ମୋର ଜନ୍ମ ପାଟଣାଗଡ଼ରେ, ବୁଦ୍ଧି ହେବା ପରେ ମୁଁ .. ଅଧିକ ପଢନ୍ତୁ

ଗଛ ତଳେ ମାଜିଷ୍ଟ୍ରେଟ୍

15 ଫେବୃଆରୀ 2018

ସାତ ଭାଇଭଉଣୀଙ୍କ ବଡ଼ ସଂସାର। ସେମାନଙ୍କର ବଡ଼ ଦୁଇ ଭଉଣୀଙ୍କ ବାହାଘର ହୋଇସାରିଥିଲା କମ୍ ବୟସରୁ। ବାକୀ ପାଞ୍ଚ ଭାଇ ଛାତ୍ର। ବଡ଼ ଦୁଇ ଭାଇ କଲେଜରେ; ଅନ୍ୟ ତିନି ଜଣ ସ୍କୁଲ୍ ପାର ହୋଇ ନ ଥାଆନ୍ତି। ହଠାତ୍ ଦିନେ ସେମାନଙ୍କର ବାପା ଚାଲିଗଲେ। ବିସ୍ତୃତ ପରିବାରରେ ଏମିତି କେହି ନ ଥିଲା .. ଅଧିକ ପଢନ୍ତୁ

ବନ୍ସାଇର ପରିଧି

01 ଫେବୃଆରୀ 2018

ଜାନୁଆରି ବାଇଶ ତାରିଖ ସରସ୍ବତୀ ପୂଜା। ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ସରସ୍ବତୀଙ୍କର ଏହି ବିଶେଷ ଦିନରେ କଲିକତାର ଭିକ୍ଟୋରିଆ ମେମୋରିଆଲ୍ ପ୍ରାଙ୍ଗଣରେ ଆରମ୍ଭ ହେବ କୋଲକାତା ଲିଟ୍ ଫେଷ୍ଟ୍। ଉତ୍ସବର ଉଦ୍ୟୋକ୍ତାମାନଙ୍କଠାରୁ ଅନୁରୋଧ ଆସିଲା ଉଦ୍ଘାଟନ ଉତ୍ସବ ପରେ ପ୍ରଥମ .. ଅଧିକ ପଢନ୍ତୁ

ଲାଇଟ୍, କ୍ୟାମେରା, ଆକ୍ସନ୍

18 ଜାନୁଆରୀ 2018

ହିନ୍ଦୀ ଚଳଚ୍ଚିତ୍ର ଲଗାନର ସଫଳତା ପରେ ଜଣେ ଭଲ ଅଭିନେତା ଭାବରେ ସୁନାମ ପାଇଥିବା ଅମିର୍ ଖାନଙ୍କ ନାଁ ଜଣେ ଯୋଗ୍ୟ ପ୍ରଯୋଜକ ତାଲିକାରେ ଲେଖି ହେଇଗଲା। ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପାଦ ଦେବା କଥା ସେ ଆଗରୁ କେବେ ଭାବି ନ ଥିଲେ। କିନ୍ତୁ ଲଗାନର ସଫଳତା ତାଙ୍କ ପାଇଁ ହିନ୍ଦୀ .. ଅଧିକ ପଢନ୍ତୁ

୬୩ ପ୍ରତିଶତର ଖେଳ

03 ଜାନୁଆରୀ 2018

କିଛି ଦିନ ତଳେ ଆମ ଦକ୍ଷତା ବିକାଶ ବିଭାଗର ବରିଷ୍ଠ ଅଧିକାରୀ ବଲ୍ଓ୍ବନ୍ତ ସିଂହ ମୋତେ ଜଣାଇଲେ ଯେ ନବବର୍ଷକୁ ସ୍ବାଗତ କରିବା ପାଇଁ ଜାନୁଆରି ସାତ ତାରିଖ ଦିନ ଆମ ବିଭାଗର କ୍ରିକେଟ୍ ମ୍ୟାଚ୍ ହେବ। ସମସ୍ତଙ୍କର ଇଚ୍ଛା ମୁଁ ମୁଖ୍ୟ ଅତିଥି ହୁଏ। ମୁଁ ବଡ଼ ବିଷମ ପରିସ୍ଥିତିରେ ପଡ଼ିଗଲି .. ଅଧିକ ପଢନ୍ତୁ

ଜାଣିଛୁ, ମୁଁ କିଏ?

20 ଡିସେମ୍ବର 2017

୨୦୦୯ ମସିହାରେ ଭାରତର ପ୍ରମୁଖ ବ୍ୟବସାୟିକ ପତ୍ରିକା ଫୋର୍ବ୍ସ୍ ଇଣ୍ଡିଆର ସମ୍ପାଦକ ଥିଲେ ଇନ୍ଦ୍ରଜିତ ଗୁପ୍ତା ସହ-ସମ୍ପାଦକ ଚାର୍ଲ୍ସ୍ ଆସିସି ଆମ ସାଙ୍ଗରେ ଲେଖାଲେଖି ନେଇ ବହୁଦିନର ପରିଚୟ। ଦିନେ ସେମାନେ ସୁବ୍ରତଙ୍କୁ ତାଙ୍କ ମାସିକ ପତ୍ରିକାରେ ନିୟମିତ ସ୍ତମ୍ଭଟିଏ ଲେଖିବାର .. ଅଧିକ ପଢନ୍ତୁ

ହୃଦୟାଳୟରେ ଦିନଟିଏ

08 ଡିସେମ୍ବର 2017

ମୁଁ ବହୁତ ଦିନରୁ ହାର୍ଟ୍ ସର୍ଜନ୍ ଡକ୍ଟର୍ ଦେବୀ ଶେଟ୍ଟୀଙ୍କ ନାଁ ଶୁଣିଥିଲି। ଶୁଣିଥିଲି ଯେ ଭାରତରୁ ଡାକ୍ତରୀ ପାସ୍ କରି ଉଚ୍ଚ ଶିକ୍ଷା ପାଇଁ ସେ ଲଣ୍ଡନ ଚାଲିଯାଇଥିଲେ ଏବଂ ସେଠି ଜଣେ ଉଚ୍ଚକୋଟୀର ସର୍ଜନ୍ ହିସାବରେ ଖ୍ୟାତି ଅର୍ଜନ କରିଥିଲେ। ଅଥଚ ଦିନେ ସବୁ କିଛି ଛାଡ଼ି ଦେଇ ସେ .. ଅଧିକ ପଢନ୍ତୁ

ସବୁ ଅଛି, କିଛି ନାହିଁ

24 ନଭେମ୍ବର 2017

ଚାଳିଶ ବର୍ଷର କର୍ମ-ଜୀବନ କେତେ ଅଭିଜ୍ଞତା, କେତେ ଶିକ୍ଷା ମୁଁ ସାଉଁଟି ନେଇ ପାରିଛି ଏଇ ଚାରି ଦଶକରେ। କେତେବେଳେ ସେସବୁ ମିଳିଛି ମୋ ଠାରୁ ବୟସ, ବୁଦ୍ଧି, ସାମର୍ଥ୍ୟର ବହୁତ ଉପରେ ଥିବା ମଣିଷମାନଙ୍କ ଠାରୁ। ପୁଣି କେତେବେଳେ ଜୀବନ-ଦର୍ଶନର ତତ୍ତ୍ୱ ମିଳିଛି ଆମେ ଦେଖି ଅଦେଖା .. ଅଧିକ ପଢନ୍ତୁ

ପ୍ରବାହରେ ପ୍ରଗତି

10 ନଭେମ୍ବର 2017

୨୦୧୪ ମସିହାରେ ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ସେମାନଙ୍କର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ହେବା ପାଇଁ ମୋତେ ନିମନ୍ତ୍ରଣ କରିଥିଲେ। ମୋ ପାଇଁ ବେଶ୍ ସମ୍ମାନର କଥା, କିନ୍ତୁ ମୁଁ ଭାବି ହେଇଥିଲି କିଛି ଦିନ ସବୁ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବମାନଙ୍କରେ ଏହିଭଳି ବହୁ .. ଅଧିକ ପଢନ୍ତୁ

ସାମର୍ଥ୍ୟ ନା ଦୃଢ଼ ମନୋବଳ?

28 ଅକ୍ଟୋବର 2017

ମୁଁ ମାଇଣ୍ଡଟ୍ରି କାମ କରୁଥିବା ବେଳେ ମୋ ଅଫିସ୍ ରୁମଟି ଥିଲା ସମସ୍ତଙ୍କ ପାଇଁ ଖୋଲା ବିଶେଷ କରି ନୂଆ କାମ ଆରମ୍ଭ କରିଥିବା ସଂସ୍ଥାର ଯୁବ ଇଂଜିନିୟରମାନଙ୍କ ପାଇଁ। ସେମାନେ କଥାବାର୍ତ୍ତା କରିବାକୁ ମଝିରେ ମଝିରେ ମୋ ରୁମକୁ ଚାଲି ଆସୁଥିଲେ ହୁଏତ ଏକା କିମ୍ବା ଦଳ ବାନ୍ଧି ମୋ ଠାରୁ .. ଅଧିକ ପଢନ୍ତୁ

ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଆବଶ୍ୟକ ଉପାଦାନ

02 ଅଗଷ୍ଟ 2017

ଭୁବନେଶ୍ବରରେ ହୋଇଥିବା ଓଡିଶା ୨୦୩୬ ଉପରେ ଏକ ଆଲୋଚନା ଚକ୍ରରେ ମୁଁ ଭାଗ ନେଇଥିଲି। ଓଡିଶାର ଶତ ବର୍ଷର ପୂର୍ତ୍ତି ଉପଲକ୍ଷେ ଭବିଷ୍ୟତର ପରିକଳ୍ପନା ନେଇ ଆଲୋଚନା। ସେଦିନ ମୁଁ ମୋ ବକ୍ତବ୍ୟ ରଖିବା ବେଳେ ହଠାତ୍‌ ମୋର ମନେହେଲା ଯେ ଗୋଟିଏ ବ୍ୟକ୍ତିର ସଫଳତା ଏବଂ ଗୋଟିଏ ଦେଶ, ଜାତି ଓ .. ଅଧିକ ପଢନ୍ତୁ

ହାର ମାନିନଥିବା ମଣିଷ

02 ଅଗଷ୍ଟ 2017

ପଶ୍ଚିମ ଓଡିଶାର ଦରିଦ୍ର ଆଦିବାସୀ ପରିବାରର ଝିଅ ମୁନି ଟିଗା। ଘରେ ସାତ ଭାଇ ଭଉଣୀ। ଚଳିବାରେ, ଖାଇବାରେ ଅସୁବିଧା। କିନ୍ତୁ ପିଲାଦିନରୁ ମୁନିଙ୍କର ପାଠରେ ବହୁତ ମନ। ସେଥିପାଇଁ ତାଙ୍କ ବାପା ତାଙ୍କୁ ସରକାରୀ ସ୍କୁଲରେ ନାଁ ଲେଖାଇ ଦେଇ ହଷ୍ଟେଲରେ ରଖେଇଦେଲେ। କିନ୍ତୁ .. ଅଧିକ ପଢନ୍ତୁ

ମହୁମାଛିର ବିଶ୍ବଚେତନା

17 ଜୁଲାଇ 2017

ପନ୍ଦର ବର୍ଷର ପିଲାଟି ମହୁବାକ୍‌ସରୁ ମହୁଫେଣା କାଢିବା ବେଳେ ମହୁମାଛି ଦଳ ମାଡିଆସିଲେ। ପରମୁହୂର୍ତ୍ତରେ ପିଲାଟି ଦେହରେ ନିଆଁ ଚରିଗଲା। ପ୍ରାଣ ବିକଳରେ ସେ ମହୁଫେଣାକୁ ଦୂରକୁ ଫୋପାଡିଦେଲା ଏବଂ ତଳେ ପଡି ମହୁଫେଣା ଭାଙ୍ଗିଗଲା। ଭାଗ୍ୟକୁ ସେଗୁଡିକ ବିଷାକ୍ତ ମହୁମାଛି ନଥିଲେ ଓ .. ଅଧିକ ପଢନ୍ତୁ

ସ୍ବୟଂସିଦ୍ଧା

17 ଜୁଲାଇ 2017

ତାମିଲନାଡୁର କୋଏମ୍ବାଟୁର ଠାରୁ ଗାଡିରେ ଘଣ୍ଟାଏ ବାଟ ଗଲେ ଛୋଟ ସହରଟିଏ ପଡେ। ତିରୁପୁର। କିନ୍ତୁ ଏହିଠାରେ ଗଢି ଉଠିଛି ବହୁ କ୍ଷୁଦ୍ର ଓ ମଧ୍ୟମବର୍ଗର ଆଧୁନିକ ଲୁଗାକଳ। ଗତ ବର୍ଷ ତିରୁପୁରରୁ ୪୫୦୦୦ କୋଟି ଟଙ୍କାର ଲୁଗାପଟା ତିଆରି ହୋଇ ପ୍ରାୟ ୩୦୦୦୦ କୋଟି ଟଙ୍କାର ମାଲ ରପ୍ତାନୀ .. ଅଧିକ ପଢନ୍ତୁ

ବୁଦ୍ଧିରେ ହିଁ ବଳ(୨)

17 ଜୁଲାଇ 2017

ଗତଥର ବିଶ୍ବବିଖ୍ୟାତ ମନସ୍ତତ୍ତ୍ବବିତ୍‌ ହାୱାର୍ଡ୍‌ ଗାର୍ଡ୍‌ନର୍‌ଙ୍କ ଗବେଷଣା ବିଷୟରେ ଲେଖିଥିଲି। ଗାର୍ଡ୍‌ନର୍‌ ପ୍ରଥମ ଥର ପାଇଁ ପାଶ୍ଚାତ୍ୟ ପୃଥିବୀରେ ‘ମଲ୍ଟିପ୍ଲ୍‌ ଇଣ୍ଟେଲିଜେନ୍‌ସ’ ବା ବିବିଧ ବୁଦ୍ଧିର ତଥ୍ୟ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ। ଗାର୍ଡ୍‌ନର୍‌ଙ୍କ .. ଅଧିକ ପଢନ୍ତୁ

ସବୁ ଦେଖନ୍ତୁ/ 59ଟିରୁ 1ରୁ 20 ପର୍ଯ୍ୟନ୍ତ ତଥ୍ୟ ଦେଖାଉଛି

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।