ଗ୍ୟାଲେରୀ

ଏପିଜେ ଅବଦୁଲ କଲାମ ଟିଭିଈଟି ପ୍ରୋଗ୍ରାମ

ସମ୍ବଲପୁରର ହୀରାକୁଦ ସରକାରୀ ଆଇଟିଆଇରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏହା ଦକ୍ଷତା ଉପରେ ପର୍ଯ୍ୟବେସିତ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅଟେ । ଏଥିରେ ସେହି ଆଇଟିଆଇର ଶିକ୍ଷାର୍ଥୀମାନେ ବିଭିନ୍ନ ଅଦରକାରୀ ପଦାର୍ଥରୁ ମଡେଲ ତିଆରି କରି ପ୍ରଦର୍ଶନ କରିଥିଲେ ।

ଆଡମିସନ ଟିଜର

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କୃତ୍ରିମ ବୁଦ୍ଧିମତା ଉତ୍କର୍ଷ କେନ୍ଦ୍ରର ଉଦ୍ଘାଟନ

ଭୁବନେଶ୍ବରସ୍ଥିତ ସିଇଟି କଲେଜରେ କୃତ୍ରିମ ବୁଦ୍ଧିମତା ଉତ୍କର୍ଷ କେନ୍ଦ୍ରକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ।

ଡିଜିଟାଲ ସ୍କିଲିଙ୍ଗ

ପରିଦର୍ଶନ ଭ୍ରମଣ

ଏହି ଗସ୍ତ ସମୟରେ ଶିକ୍ଷାର୍ଥୀମାନେ କମ୍ପାନୀମାନଙ୍କର କାର୍ଯ୍ୟଶୈଳୀ ସମ୍ପର୍କରେ ଅବଗତ ହୋଇଛନ୍ତି। ଏହା ସେମାନଙ୍କୁ କାମ କରିବା ପାଇଁ ବ୍ୟବହାରିକ ଦୃଷ୍ଟିକୋଣ ଦେବା ସହିତ ଭବବିନିମୟ ମାଧ୍ୟମରେ ସେମାନେ ଅନେକ କିଛି ଶିଖିବାକୁ ପାଇଥାନ୍ତି।

କ୍ଷେତ୍ର ଗସ୍ତ

ବିଭିନ୍ନ ଜିଲ୍ଲାରେ ଥିବା ଆଇଟିଆଇ ଓ ତାଲିମ ସହଯୋଗୀଙ୍କ ପାଖକୁ ଯାଇଥିବା ଅଧ୍ୟକ୍ଷ ଏବଂ ଅନ୍ୟ ଅଧିକାରୀଙ୍କ ଗସ୍ତ ବେଳର ଦୃଶ୍ୟକୁ ଏଠାରେ ଦର୍ଶାଯାଇଛି। ସେଠାରେ ସେମାନେ ଶିକ୍ଷାର୍ଥୀ ଏବଂ ତାଲିମଦାତାଙ୍କ ସହ ସିଧାସଳଖ ଭାବ ବିନିମୟ କରିବା ସହ ଭିତ୍ତିଭୂମି ସମ୍ପର୍କରେ ଅବଗତ ହୋଇଛନ୍ତି।

ସୁବର୍ଣ୍ଣ ଜୟନ୍ତୀ

ଦୀର୍ଘଦିନ ଧରି ଓଡ଼ିଶାର ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ କରୁଥିବା ଆଇଆଇଟିମାନଙ୍କ ବିଷୟରେ ଏଠାରେ ତଥ୍ୟ ଉପସ୍ଥାପନ କରାଯାଇଛି।

ହୋଣ୍ଡା ମୋଟର୍ସର ଅତ୍ୟାଧୁନିକ କୌଶଳ ବୃଦ୍ଧି କେନ୍ଦ୍ର

ଖପୁରିଆ ସରକାରୀ ଆଇଟିଆଇରେ ହୋଣ୍ଡା ମୋଟର୍ସର ଅତ୍ୟାଧୁନିକ କୌଶଳ ବୃଦ୍ଧି କେନ୍ଦ୍ର ଉଦ୍ଘାଟିତ।

ଭୁବନେଶ୍ଵରରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର୍ ଉଦ୍ଘାଟିତ

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମାର୍ଚ୍ଚ ୫ ତାରିଖରେ ଭୁବନେଶ୍ବର ଠାରେ ଏକ ବିଶ୍ୱସ୍ତରୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନର ଉଦଘାଟନ କରିଥିଲେ। ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଅଗ୍ରଣୀ TVET ଇନଷ୍ଟିଚ୍ୟୁଟ୍, ଆଇଟିଇ (ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍) ସିଙ୍ଗାପୁର ମଡେଲ ରେ ତିଆରି ହୋଇଛି । ବର୍ତ୍ତମାନ ୮ଟି ପାଠ୍ୟକ୍ରମରେ ତାଲିମ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ ଯୁବଗୋଷ୍ଠୀଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରହିଛି।

ଆଇଟିଆଇ ମାଲକାନଗିରି

ଓଡିଶା ସ୍କିଲ୍ସ ୨୦୨୦ ର ଉଦ୍ଘାଟନ ଉତ୍ସବ

ରାଜ୍ୟର ସର୍ବବୃହତ ଦକ୍ଷତା ପ୍ରତିଯୋଗୀତା ଓଡିଶା ସ୍କିଲ୍ସ ୨୦୨୦ ଉଦ୍ଘାଟିତ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀଙ୍କ ଭାଷଣ

ଗ୍ରାମୀଣ ଭାରତର ଦକ୍ଷତା ବିକାଶ- ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀଙ୍କର NIRD, ହାଇଦ୍ରାବାଦରେ ଭାଷଣ

ବ୍ରହ୍ମପୁର ଆଇଟିଆଇ ର ଏଲଇଡି ପ୍ରୋଜେକ୍ଟ

ସ୍ୱଳ୍ପ ମୂଲ୍ୟ ଏବଂ ବିଦ୍ୟୁତ ସଞ୍ଚୟକାରୀ ଏଲଇଡି ବଲ୍ବ ପ୍ରସ୍ତୁତ କରିବା ପାଇଁ ଆଇଟିଆଇ, ବ୍ରହ୍ମପୁର ଇଲେକ୍ଟ୍ରିକାଲ୍ ଟ୍ରେଡର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା କରାଯାଇଥିବା ପ୍ରୟାସ।

ବର୍ଜ୍ୟବସ୍ତୁରୁ ନିର୍ମିତ କଳାକୃତିର ମ୍ୟୁଜିୟମ

ଆଇଟିଆଇ ଶିକ୍ଷାର୍ଥୀଙ୍କ ଦ୍ଵାରା ବର୍ଜ୍ୟବସ୍ତୁରୁ ନିର୍ମିତ କଳାକୃତିର ମ୍ୟୁଜିୟମ ବ୍ରହ୍ମପୁରରେ ଲୋକାର୍ପିତ।

ଟାଟା ଷ୍ଟ୍ରାଇଭ, ସିଇଓ ଶ୍ରୀମତୀ ଅନୀତା ରାଜନଙ୍କର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

ଟାଟା ଷ୍ଟ୍ରାଇଭ, ସିଇଓ ଶ୍ରୀମତୀ ଅନୀତା ରାଜନ ୨୦ ସେପ୍ଟେମ୍ବର, ୨୦୨୧ ରେ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବାକୁ ଆସି ସେଠାରେ ଦକ୍ଷତା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ।

ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାରଙ୍କର ବୁଝାମଣା ପତ୍ର ସ୍ଵାକ୍ଷର

ସରକାରୀ ଆଇଟିଆଇ ଏବଂ ଇଞ୍ଜିନିୟରିଂ କଲେଜ ରେ ପଢୁଥିବା ଶିକ୍ଷାର୍ଥୀଙ୍କୁ ଅଧିକ ଦକ୍ଷ କରିବାକୁ ରାଜ୍ୟ ସରକାର ଟାଟା ଷ୍ଟ୍ରାଇଭ ଏବଂ ଟେକ ମହିନ୍ଦ୍ରା ସହ ଭିନ୍ନ ଭିନ୍ନ କ୍ଷେତ୍ର ରେ ବୁଝାମଣା ପାତ୍ର ସ୍ଵାକ୍ଷର କରିଛନ୍ତି।

ଓଏସଡ଼ିଏର ଶୁଭ ଉଦଘାଟନ

ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ନେଇ ଦକ୍ଷ ମାନବସମ୍ବଳ ସୃଷ୍ଟି ସହିତ 'ସ୍କିଲ୍ଡ ଇନ୍ ଓଡ଼ିଶା'କୁ ବିଶ୍ଵସ୍ତରୀୟ ବ୍ରାଣ୍ଡରେ ପରିଣତ କରିବା ଉଦେଶ୍ୟରେ ଓଏସଡ଼ିଏର ଶୁଭାରମ୍ଭ।

ଦକ୍ଷତା ରଥ

ରାଜ୍ୟର ଯୁବଗୋଷ୍ଠୀଙ୍କ ମଧ୍ୟରେ ଦକ୍ଷତା ବିକାଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ୩୦ଟି ଜିଲ୍ଲାରେ ଦକ୍ଷତା ରଥ ପରିଭ୍ରମଣ କରିଛି। ଦକ୍ଷତା ବିକାଶ ମାଧ୍ୟମରେ ରାଜ୍ୟରେ ଦକ୍ଷ ମାନବ ସମ୍ବଳର ବିକାଶ କରିବା ସହିତ ‘ସ୍କିଲ୍ଡ ଇନ୍ ଓଡ଼ିଶା’କୁ ଏକ ବିଶ୍ଵସ୍ତରୀୟ ବ୍ରାଣ୍ଡରେ ପରିଣତ କରିବା ହେଉଛି ଆମ ଲକ୍ଷ୍ୟ।

ଦକ୍ଷତା ପ୍ରତିଯୋଗିତା

ଦକ୍ଷତା ପ୍ରତିଯୋଗିତା

ଶ୍ରୀ ହର୍ଷପତି ସିନ୍ଘାନିଆଙ୍କ ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ

ଜେକେ ପେପର ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏବଂ ଏ ଆଇଏମଏ ର ସଭାପତି ଶ୍ରୀ ହର୍ଷପତି ସିନ୍ଘାନିଆଙ୍କ ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ

ସଫଳତାର କାହାଣୀ

ଏମାନେ ସମସ୍ତେ ନିଜ କ୍ଷେତ୍ର ରେ ପ୍ରତିଷ୍ଠିତ ଏବଂ ଆଗାମୀ ପୀଢି ପାଇଁ ପ୍ରେରଣା। ସେମାନଙ୍କୁ ଦକ୍ଷତା ବିକାଶ ପ୍ରାଧିକରଣ ତରଫ ରୁ ସମ୍ମାନିତ କରଯାଇଥିଲା।

ଏସଟିପିଆଇ ପଲ୍ସ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷଙ୍କ ସହ ୱେବିନାର

ଏସଟିପିଆଇ ପଲ୍ସ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷଙ୍କ ସହ ୱେବିନାର

ଓଡିଶା ଦକ୍ଷତା ପ୍ରତିଯୋଗିତା -୨୦୨୧ର ପୁରସ୍କାର ପ୍ରଦାନ ସମାରୋହ

ବିଶ୍ୱ ଦକ୍ଷତା କେନ୍ଦ୍ର, ଭୁବନେଶ୍ବରରେ ଅନୁଷ୍ଠିତ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଓଡିଶା ଦକ୍ଷତା ପ୍ରତିଯୋଗିତା -୨୦୨୧ ର ଦ୍ଵିତୀୟ ସଂସ୍କରଣର ପୁରସ୍କାର ପ୍ରଦାନ ସମାରୋହ

5ଏଫ ୱାର୍ଲ୍ଡ ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଗଣେଶ ନଟରାଜନଙ୍କ ପରିଦର୍ଶନ

5ଏଫ ୱାର୍ଲ୍ଡ ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଗଣେଶ ନଟରାଜନଙ୍କ ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ

ବିଶ୍ଵ ଦକ୍ଷତା କେନ୍ଦ୍ର

ବିଶ୍ୱ ଦକ୍ଷତା ପ୍ରତିଯୋଗିତା ୨୦୧୯

ଫଟୋରେ ବିଶ୍ଵ ଦକ୍ଷତା ପ୍ରତିଯୋଗିତା , କାଜାନ। ଏହି ପ୍ରତିଯୋଗିତାରେ ୪୨ଜଣିଆ ଭାରତୀୟ ଦଳ ରେ ଓଡିଶାରୁ ୩ ଜଣ ସ୍କିଲ ଚାମ୍ପ- ଅଶ୍ଵଥ ନାରାୟଣ ,ଅବିନାଶ ସ୍ଵାଇଁ ଏବଂ ଜେନୋଫୋନ ଦାସ ସ୍ଥାନ ପାଇଥିଲେ। ଅଶ୍ଵଥ ନାରାୟଣ ୱାଟର ଟେକନୋଲଜି ଭଳି ନୂଆ ବିଭାଗରେ ଦେଶ ପାଇଁ ପ୍ରଥମ ଏବଂ ଏଯାବତ ଏକମାତ୍ର ସ୍ବର୍ଣ ଜିତିଥିଲେ।

କପି ସଂରକ୍ଷିତ ©2021 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ