ଅରୁଣ ବେଜ

ପ୍ଳାଣ୍ଟ ଓ ଲ୍ୟାଣ୍ଡସ୍କେପ ଡିଜାଇନର

ଅରୁଣ ବେଜ

ଓଡିଶାରେ କୌଶଳ ଏବଂ ଦକ୍ଷତାର ଏକ ବାସ୍ତବ ପ୍ରତୀକ; ଯିଏ କି କାମ କରିବା ସମୟରେ ନର୍ସରୀ ଶିଳ୍ପରେ ଜ୍ଞାନ ଲାଭ କରି ଏବେ ନିଜର ଫାର୍ମ ପ୍ରତିଷ୍ଠା କରିଛନ୍ତି ଓ ୩୪୫ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି।

ଅରୁଣ, କୋଲକାତାର ଜଣେ ଟ୍ୟାକ୍ସି ଚାଳକଙ୍କ ପୁଅ l ଯାଜପୁରର ଏକ ଗାଁ ସ୍କୁଲରେ ପାଠ ପଢିବା ପରେ ସେ ବାଣିଜ୍ୟରେ ସ୍ନାତକ (ବିକମ) କରିଥିଲେ | ଚlଟାର୍ଡ ଏକାଉଟାଣ୍ଟ ହେବାର ଲକ୍ଷ୍ୟ ରଖି ଆଇସିଡବ୍ଲୁଏ ପାଠ୍ୟକ୍ରମରେ ଅରୁଣ ନାମ ଲେଖାଇ ଥିଲେ l ହେଲେ ପାରିବାରିକ କାରଣରୁ ପାଠପଢା ଅଧାରୁ ଛାଡି ଏକ ଛୋଟ ନିର୍ମାଣ ସଂସ୍ଥାରେ କାମ କରିଲେ ଅରୁଣ l ସେଠାରେ ସେ କମ୍ପାନୀର ହିସାବ ପତ୍ର ରଖିବା କାର୍ଯ୍ୟ କରୁଥିଲେ l ନିର୍ମାଣ ସମ୍ପର୍କରେ ଅଧିକ ଜାଣିବା ପାଇଁ ତାଙ୍କ ମନରେ ଆଗ୍ରହ ସୃଷ୍ଟି ହେବାରୁ ସେ ଅଧିକ ଜ୍ଞାନ ଅର୍ଜନ କଲେ। ପରେ ରାଜ୍ୟ ବାହାରକୁ କିଛିବର୍ଷ ପାଇଁ ଯାଇ ଫେରିବା ପରେ ନର୍ସରୀ ତଦାରଖ ଦାୟିତ୍ଵ ବହନ କଲେ l ଏ କ୍ଷେତ୍ରରେ ବି ତାଙ୍କର ଆଗ୍ରହ ବଢିଲା l ବାଗ, ବଗିଚା ଡିଜାଇନ ପ୍ରତି ତାଙ୍କର ଅଧିକ ଆଗ୍ରହ ହେଲା। ପରେ ସେ ନିଜର ଏକ ବ୍ୟବସାୟ ଆରମ୍ଭ କଲେ ଏବଂ ସେଥିରେ ୪୫ ଜଣଙ୍କୁ ସିଧାସଳଖ ଓ ୩୦୦ ବ୍ୟକ୍ତିଙ୍କୁ ପରୋକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି l

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ