ସଞ୍ଜୟ କୁମାର ପ୍ରଧାନ

ଇଲେକ୍ଟ୍ରିସିଆନ

ସଞ୍ଜୟ କୁମାର ପ୍ରଧାନ

ଛୋଟ ସହର ଯୁବକ । ବୈଦ୍ୟୁତିକ ନିଶା

ସଞ୍ଜୟ ପିଲାଟି ଦିନରୁ ହିଁ ନିଜ ବାପାଙ୍କୁ ହରାଇଥିଲେ। ତାଙ୍କ ମାଆ ଜଣେ ଗୃହିଣୀ, କୌଣସି ପ୍ରକାରେ ସେ ନିଜ ପୁଅର ପ୍ରାଥମିକ ଶିକ୍ଷା ଦାୟିତ୍ଵ ନେଇଥିଲେ। ସେ ନୟାଗଡ ଆଇ.ଟି.ଆଇରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ନାମ ଲେଖାଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଯାହା ଘଟିଥିଲା ତାହା ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ଏହି ପ୍ରଶିକ୍ଷଣ ମଧ୍ୟରେ ସଞ୍ଜୟଙ୍କ ଇଲେକ୍ଟ୍ରିକାଲ ବିଷୟ ପ୍ରତି ଅନୁରାଗ ତାଙ୍କୁ ସେହି କ୍ଷେତ୍ରରେ ଦକ୍ଷ କରିଥିଲା ଏବଂ ସେ ନିଜ ଅଞ୍ଚଳରେ କୁଶଳ ଇଲେକ୍ଟ୍ରିସିଆନ ଭାବେ କାମ କରିବା ଆରମ୍ଭ କରିଥିଲେ। ତାଙ୍କ କାମକୁ ପ୍ରଶଂସା ମିଳିବା ସହ ସେ ରୋଜଗାରକ୍ଷମ ହୋଇପାରିଥିଲେ। ସେ ଯେମିତି ସଫଳତା ପାଉଥିଲେ ସେମିତି ନିଜ ମାଆଙ୍କ ଠାରୁ ଦୂରେଇ ଯାଉଥିଲେ। ରାଜ୍ୟ କୌଶଳ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବାପରେ ତାଙ୍କୁ ବାଙ୍ଗାଲୋରରେ ପ୍ରଶିକ୍ଷଣ ପାଇଁ ସୁଯୋଗ ମିଳିଥିଲା କିନ୍ତୁ ସେ ନିଜ ମାଆଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁ ନଥିଲେ ତେଣୁ ସେ ମନା କରିଦେଇଥିଲେ। କିନ୍ତୁ ସଫଳତା ତାଙ୍କ ପିଛା ଛାଡି ନଥିଲା। ସେ ଭାରତ କୌଶଳ ପ୍ରତିଯୋଗିତାରେ ଇଲେକ୍ଟ୍ରିକାଲ ଇନଷ୍ଟଲେସନ ବିଭାଗରେ ରୌପ୍ୟ ପଦକ ଜିତି ଦେଶକୁ ରୁଷିଆରେ ହେବାକୁ ଥିବା ବିଶ୍ଵ କୌଶଳ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ।

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ