ସୁଷମା ଦାସ

ଡାଟା ପରିଚାଳନା ସେବା

ସୁଷମା ଦାସ

କଠୋର ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଦ୍ଵାରା ସବୁ ବାଧାବିଘ୍ନକୁ ଏଡାଇ ଦିଆଯାଇପାରେ, ତାହା ପ୍ରମାଣିତ କରିଛନ୍ତି ସୁଷମା ଦାସ।

ସୁଷମା ଦାସ, ଆମ ପାଇଁ ଏକ ରୋଲ ମଡେଲ l ଜୀବନରେ ସେ ବହୁତ ଘାତ ପ୍ରତିଘାତ, ଅଭାବ ଅସୁବିଧା ଦେଇ ଆସିଥିଲେ ମଧ୍ୟ କେବେ ଭାଙ୍ଗି ପଡି ନାହାନ୍ତି l ମଫସଲ ଅଞ୍ଚଳର ଝିଅ ସୁଷମା, ଜଣେ ଦିବ୍ୟାଙ୍ଗ l ଆଗକୁ ବଢିବା ପାଇଁ ମନରେ ଥିଲା ତାଙ୍କର ଅନେକ ସ୍ଵପ୍ନ l ସେଥିପାଇଁ ସେ ସର୍ବଦା ବାଟ ଖୋଜୁ ଥିଲେ, ବାଟ ବି ମିଳିଲା l ବେପାର ବଣିଜ କ୍ଷେତ୍ରରେ କମ୍ପ୍ୟୁଟର ହିସାବ କିତାବ କରିବା ପାଇଁ ସେ ତାଲିମ ନେବାର ସୁଯୋଗ ପାଇଲେ l କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣିଦେଇଛି। ଏବେ ସେ ଭୁବନେଶ୍ବରରେ ଥିବା, କାର୍ଭି ଡାଟା ପରିଚାଳନା ସେବା ସଂସ୍ଥାରେ କାର୍ଯ୍ୟ କରୁଛନ୍ତି l

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ