କୁନ୍ଦନ ମହାପାତ୍ର

ଇଞ୍ଜିନିୟର

କୁନ୍ଦନ ମହାପାତ୍ର

ଦିବ୍ୟାଙ୍ଗ ହୋଇବି ସେ ହାର ମାନି ନାହାନ୍ତି।

ଜନ୍ମଗତ ଶାରୀରିକ ଅସୁବିଧା ଯୋଗୁଁ ଚାଲି ପାରନ୍ତି ନାହିଁ କୁନ୍ଦନ l ତଥାପି ସେ ହାରି ଯାଇନାହାନ୍ତି l ପିତା ଜଣେ ଗ୍ରାମ ସେବକ l ଦିବ୍ୟାଙ୍ଗ କୁନ୍ଦନ, ବିଜେବି କଲେଜରୁ ପରିସଂଖ୍ୟାନ (ଷ୍ଟାଟିଷ୍ଟିକ୍ସ) ରେ ବି.ଏ ପାସ କରନ୍ତି l କଠିନ ପରିଶ୍ରମକରି ଆଗକୁ ବଢିବାର ଆଶା ରଖି ଥିବା କୁନ୍ଦନ ୨୦୧୧ ମସିହାରେ ଏୟାରସେଲରେ ନିଯୁକ୍ତି ପାଆନ୍ତି l ହେଲେ ଏହା ତାଙ୍କ ଜୀବନର ଲକ୍ଷ୍ୟ ନଥିଲା l ଜଣେ ଶୁଭାକାଂକ୍ଷିଙ୍କ ପରାମର୍ଶରେ କୁନ୍ଦନ ଚାକିରି ଛାଡିବା ପରେ ଭୁବନେଶ୍ବର ଠାରେ ଥିବା ଭିଆରସି ସଂସ୍ଥାରେ ଅନ୍ୟ ଦିବ୍ୟାଙ୍ଗଙ୍କୁ ତାଲିମ ଦେବାରେ ସହଯୋଗ କଲେ। ଶେଷରେ ତାଙ୍କ ଦୃଢ ମନୋବଳ ଓ କଠିନ ପରିଶ୍ରମ ଯୋଗୁ ପୁଣେ ଠାରେ ଥିବା ଇନଫୋସିସରେ ୨୦୧୪ରେ ଚାକିରି ପାଇଛନ୍ତି l ଏବେ ସେଠାରେ ସେ ଦକ୍ଷତାର ସହ କାର୍ଯ୍ୟ କରୁଛନ୍ତି l

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ